ଘର ଭିତରେ ପଶିଲା ହାଇଓ୍ବା, ୩ ଗୁରୁତର

ବଡ଼ବିଲ୍: ଘର ଭିତରେ ପଶିଗଲା ହାଇଓ୍ବା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ। ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଏକ ହାଇଓ୍ବା ଘର ଭିତରେ ପଶିଯାଇଛି। ଏହାଫଳରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ହାଇଓ୍ବା ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା। ଏହାଫଳରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯିବା ସହ ଘର ଭିତରେ ଶୋଇଥିବା ଗୋପାଳ ମୁଣ୍ଡାଙ୍କ ଦୁଇ ଝିଅ ରେଶମୀ(୨୦), ଅଞ୍ଜଳି(୧୦)ଏବଂ ପୁଅ କରନ(୧୩)ଙ୍କ ଉପରେ ଚଢିଯାଇଥିଲା। ଏଥିରେ ରେଶମୀଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗିଯାଇଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଞ୍ଜଳି ଓ କରନଙ୍କୁ ବଡ଼ବିଲ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।