ସବୁଠୁ ଡେଙ୍ଗା କ୍ରିକେଟର ମୁଦାରସ, ଜାତୀୟ ଦଳରେ ସ୍ଥାନ ପାଇଲେ ହେବେ ବିଶ୍ବ କ୍ରିକେଟର ଡେଙ୍ଗା ଖେଳାଳି

ନୂଆଦିଲ୍ଲୀ: ଆଗାମୀ ସମୟରେ ବିଶ୍ବ କ୍ରିକେଟକୁ ସବୁଠୁ ଡେଙ୍ଗା ବୋଲର ମିଳିପାରେ। ପୂର୍ବରୁ ବିଶ୍ବ କ୍ରିକେଟରେ ସବୁଠୁ ଡେଙ୍ଗା ବୋଲର ଭାବେ ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଇର୍ଫାନ ଅଛନ୍ତି। ଯାହାଙ୍କ ଉଚ୍ଚତା ୭ ଫୁଟ୍ ୧ ଇଞ୍ଚ। ସେ ୬୦ଟି ଦିନିକିଆ ଖେଳି ୮୩ଟି ଓ୍ବିକେଟ ନେଇଛନ୍ତି। ଏବେ ତାଙ୍କଠୁ ଡେଙ୍ଗା ବୋଲର ପାକିସ୍ତାନର ମୁଦାସର ଗୁଜାରଙ୍କୁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ର ଟିମ୍ ଲାହୋର କଲନ୍ଦର୍ସ ଦଳର ଡେଭେଲପମେଣ୍ଟ ପ୍ରୋଗାମରେ ସାମିଲ କରିଛି। ପାକିସ୍ତାନର କ୍ରୀଡ଼ା ସାମ୍ବାଦିକ ସାଜ ସାଦିକଙ୍କ ଉଚ୍ଚତା ୭ ଫୁଟ୍ ୬ ଇଞ୍ଚ ବୋଲି ସୂଚନା ଦେଇଛନ୍ତି। ସୂଚନାଥାଉକି ଭାରତର ଇଣ୍ଡିଆନ୍ ପ୍ରିମିୟର ଲିଗକୁ ନକଲ କରି ପାକିସ୍ତାନ ପିଏସ୍ଏଲ ଆରମ୍ଭ କରିଛି।
ବ୍ରିଟେନ୍ ଖବର କାଗଜ ଡେଲି ମେଲରେ ସାକ୍ଷାତକାର ଦେଇ ମୁଦାସର କହିଛନ୍ତି ଯେ, ଉପରବାଲାଙ୍କ କୃପାରୁ ମୋର ଏହି ଉଚ୍ଚତା ବୋଲି ସେ କହିଛନ୍ତି। ସୂଚନାଥାଉକି, ଡାକ୍ତର ଏହାକୁ ହର୍ମନ ସମସ୍ୟା ବୋଲି କହୁଛନ୍ତି। ସେ ଆହୁରି କହିଛନ୍ତି ଯେ, ମୋ ଅଧିକ ଉଚ୍ଚତା ପାଇଁ ଦ୍ରୁତ ବେଗରେ ଦୌଡ଼ି ପାରେ ଏବଂ ଆଗାମୀ ଦିନରେ ଦ୍ରୁତ ବୋଲର ହୋଇ ପାରିବି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମୁଁ ୭ମାସ ପୂର୍ବରୁ ପ୍ରଶିକ୍ଷଣ ଆରମ୍ଭ କରିଥିଲି। ମହାମାରୀ କରୋନା ପାଇଁ ମଝିରେ ପ୍ରଶିକ୍ଷଣ ଶିବିର ବନ୍ଦ ହୋଇଥିଲା। ମୋର ବିଶ୍ବାସ ଅଛିକି ଦିନେ ନା ଦିନେ ବିଶ୍ବ କ୍ରିକେଟରେ ଦୁନିଆର ସବୁଠୁ ଡେଙ୍ଗା ବୋଲର ହୋଇ ପାରିବି। ପ୍ରାଇମେରୀ ସ୍କୁଲରେ ପଢ଼ିବା ସମୟରେ ତାଙ୍କ ଉଚ୍ଚତା ୬ ଫୁଟ ହୋଇ ଯାଇଥିଲା। ଏପରିକି ତାଙ୍କ ଜୋତା ସାଇଜ ୨୩.୫ ବୋଲି ସେ କହିଛନ୍ତି।
ମୁଦାସରଙ୍କ ଉଚ୍ଚତାକୁ ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ତାଙ୍କ ଉଚ୍ଚତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।ଲାହୋର କଲନ୍ଦର୍ସ ଏବଂ କ୍ରୀଡ଼ା ସାମ୍ବାଦିକ ସାଜ ସାଦିକ ନିଜ ଟୁଇଟରେ ଏହି ଖେଳାଳିଙ୍କ ଉଚ୍ଚତା ୭ ଫୁଟ ୬ ଇଞ୍ଚ ହୋଇଥିବା ସୂଚନା ଦିଆଯାଇଛି। ଅପରପକ୍ଷେ ଅନ୍ୟକିଛି ମିଡିଆରେ ମୁଦାରସଙ୍କ ଉଚ୍ଚତା ୭ ପୁଟ ୪ ଇଞ୍ଚ ବୋଲି କୁହାଯାଇଛି। ଆଗାମୀ ଦିନରେ ଯଦି ମୁଦାସର ପାକିସ୍ତାନ କ୍ରିକେଟ ଟିମ୍ ପକ୍ଷରୁ ଖେଳନ୍ତି ତେବେ ବିଶ୍ବ କ୍ରିକେଟରେ ସେ ସବୁଠୁ ଡେଙ୍ଗା ଖେଳାଳି ହେବେ।
7 foot 6" Mudassar Gujjar from Lahore who wears size 23.5 shoes and who hopes to play for Lahore Qalandars and Pakistan one day #Cricket pic.twitter.com/c0GClHptwy
— Saj Sadiq (@Saj_PakPassion) October 8, 2020