Odisha Link
Bridging the Missing Links in Odisha

ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ। ପ୍ରଥମ ଭାରତୀୟ ଭାବରେ ଓସ୍କାର ହାସଲ କରିଥିବା ଭାନୁ ଆଥେୟାଙ୍କ କାଲି ପରଲୋକ ହୋଇଛି। ଭାନୁଙ୍କର ୯୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ଚନ୍ଦନବାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ୧୯୮୩ରେ ନିର୍ମିତ ଫିଲ୍ମ ଗାନ୍ଧୀ ପାଇଁ କଷ୍ଟ୍ୟୁମ୍୍ ଡିଜାଇନରେ ଓସ୍କାର ହାସଲ କରିଥିଲେ ଆଥେୟା।

ଭାନୁ ଆଥେୟା ବିଗତ ତିନି ବର୍ଷ ଧରି ଶଯ୍ୟା ଶାୟୀ ରହିଥିଲେ ଏବଂ ଆଂଶିକ ପକ୍ଷାଘାତରେ ମଧ୍ୟ ପୀଡିତ ଥିଲେ। ୫୦ ବର୍ଷରୁ ଅଧିକ ସମୟ ଧରି କାମ କରିଥିବା ଭାନୁ ୧୦୦ରୁ ଅଧିକ ଫିଲ୍ମରେ କାମ କରିବା ସହିତ ଦୁଇଟି ଜାତୀୟ ପୁରସ୍କାର ହାସଲ କରିଥିଲେ। ୨୦୧୨ରେ ଏକାଡେମୀ ଅଫ୍ ମୋସନ ପିକଚର୍ସକୁ ନିଜର ଓସ୍କାର ଟ୍ରଫି ପ୍ରଦାନ କରିଥିଲେ। ସୁରକ୍ଷିତ ଭାବରେ ରଖିବା ପାଇଁ ଏହି ଟ୍ରଫିକୁ ଭାନୁ ପ୍ରଦାନ କରିଥିଲେ।

Comments are closed.