ଦାଦାବଟି ନଦେବାରୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ବୃତ୍ତ ଭାଇ ଓ ଭଉଣୀଙ୍କୁ ଖଣ୍ଡାରେ ହାଣି ଭଳି ଅଭିଯୋଗ ଆସିଛି। ସେମାନେ ହେଲେକାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ କାଳିଆ ଘର ପାଖରେ ଥିବାବେଳେ ୫ଜଣ ଯୁବକ ୨ଟି ବାଇକ୍ରେ ଆସିଥିଲେ। ଏହାପରେ ମାଉଜର ଦେଖାଇ ସେମାନେ କାଳିଆକୁ ବାଇକରେ ବସିବାକୁ କହିଥିଲେ। ହେଲେ ସେ ମନା କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ।
ଏହି ସମୟରେ ତାଙ୍କ ଭଉଣୀଙ୍କୁ ତାଙ୍କୁ ରକ୍ଷା କରିବାକୁ ଯିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Comments are closed.