Odisha Link
Bridging the Missing Links in Odisha

ବିଜେପିର ପ୍ରତିଶୋଧ! ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୃତ ଘୋଷଣା କଲେ କର୍ମୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ’ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଏକ ଗୁଜବକୁ ବିଶ୍ବାସ କରି ବରିଷ୍ଠ ବିଜେଡି ନେତା ତଥା ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଗତକାଲି ସନ୍ଧ୍ୟାରେ ନିଜର ତ୍ରୁଟିପୃର୍ଣ୍ଣ ପୋଷ୍ଟ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାମାଜିକ ଗଣମାଧ୍ୟମରେ ହଟ୍ଟହଟ୍ଟା ହେବାକୁ ପଡ଼ିଥିଲା। ନିଜର ଭୁଲି ବୁଝି ପାରି ସେ ତ୍ରୁଟିପୂର୍ଣ୍ଣ ପୋଷ୍ଟଟି ହଟାଇ ନେଇଥିଲେ ବି ସମାଲୋଚନା କମିନଥିଲା।

ଅନ୍ୟପଟେ ପ୍ରତାପ ଜେନାଙ୍କାର ଏଭଳି ତ୍ରୁଟିରେ ଉତକ୍ଷିପ୍ତ ହୋଇ ବିଜେପି ପ୍ରତିଶୋଧ ପରାୟଣ ହୋଇ ଉଠିଛି। କଟକ ବିଜେପିର ଆଗଧାଡ଼ିର କର୍ମୀ ଶିକନ୍ଦର ଅଲ୍ଲୀ ସାମାଜିକ ଗଣମାଧ୍ୟମରେ ଉଦ୍ଦ୍ୟେଶ ପ୍ରଣଦିତ ପୋଷ୍ଟ ଛାଡ଼ିଛନ୍ତି। ପ୍ରତାପ ଜେନାଙ୍କର ତ୍ରୁଟିର ପ୍ରତିଶୋଧ ନେବାକୁ ଶ୍ରୀ ଅଲ୍ଲୀ ମନ୍ତ୍ରୀଙ୍କ ପ୍ରତି ଅତ୍ୟନ୍ତ କଠୋର ଓ ଅମାନବୀୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଶ୍ରୀ ଜେନା ବଞ୍ଚି ଥାଉ ଥାଉ ବାଲେଶ୍ବର ଉପନର୍ବାଚନ ପ୍ରଚାର ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ବିଜେପି କର୍ମୀ ଶିକନ୍ଦର ଅଲ୍ଲୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଗୋଟିଏ ତ୍ରୁଟିକୁ ସମାଲୋଚନା କରିବାକୁ ଯାଇ ବିଜେପି କର୍ମୀଙ୍କର ଏଭଳି ଉଦ୍ଦେଶ୍ୟ ମୂଳକ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ମଧ୍ୟ ଅନୁରୂପ ଭାବେ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହୋଇଛି। ମନ୍ତ୍ରୀ ଶ୍ରୀ ଜେନା ନିଜର ଭୁଲ ବୁଝିପାରି ତ୍ରୁଟିପୂର୍ଣ୍ଣ ପୋଷ୍ଟଟି ତୁରନ୍ତ ହଟାଇ ନେଇଥିବା ବେଳେ ବିଜେପି କର୍ମୀ ନିଜର ଭ୍ରମାତ୍ମକ ପୋଷ୍ଟଟିକୁ ପ୍ରାୟ ୮-୧୦ ଘଣ୍ଟା ପର୍ଯ୍ୟାନ୍ତ ହଟାଇ ନଥିଲେ।

ମିଳିଥିବା ସୂଚନା ଅନୁସାରେ ବିଜେପି କର୍ମୀ ଶ୍ରୀ ଅଲ୍ଲୀଙ୍କର ଏଭଳି ଉଦ୍ଦ୍ୟେଶ ମୂଳକ ପୋଷ୍ଟ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଏତଲା ଦେବା ପାଇଁ ଯୋଜନା ହେଉଛି।

Comments are closed.