Odisha Link
Bridging the Missing Links in Odisha

ବିଲରେ ଧାନ କାଟିଲେ ବିଧାୟକ

ନବରଙ୍ଗପୁର: ବିଲରେ ଧାନ କାଟିଲେ ବିଧାୟକ ଦମ୍ପତି। ଏମିତି ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁରରେ। ବିଧାୟକ ହୋଇ ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ଏବେ ଧାନ ବିଲରେ ବିଧାୟକ ଧରିଛନ୍ତି ଦାଆ। ଧାନ ଅମଳ ସମୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ତାଙ୍କର ପତ୍ନୀ ମଧ୍ୟ ସହ ଯୋଗର ହାତ ବଢାଇଛନ୍ତି ।

ବିଧାୟକ ଧାନ ବିଲରେ ଧାନ କାଟୁଥିବାର ଦେଖି ଲୋକେ ମଧ୍ୟ ଚକିତ ହୋଇଛନ୍ତି। ବିଧାୟକ ନିତ୍ୟାନନ୍ଦଙ୍କ କହିବା କଥା, ସେ ଚାଷୀ ପରିବାରରୁ ଆସିଛନ୍ତି। ତେଣୁ ପ୍ରଥମେ ଚାଷା ପୁଅ ତା ପରେ ରାଜନେତା। ସମୟ ମିଳିଲେ ସେ ଚାଷ କାମ ବୁଝାସୁଝା କରିବାକୁ ଭଲ ପାଅନ୍ତି। ଏପରି କରିବା ଦ୍ୱାରା ଚାଷ କାମରେ ଲାଗିଥିବା ଲୋକଙ୍କ ମନୋବଳ ବଢିବ ବୋଲି କହିଛନ୍ତି ନବରଙ୍ଗପୁର ଉମରକୋଟ୍ ବିଧାୟକ ନିତ୍ୟାନନ୍ଦ ଗଣ୍ଡ।

Comments are closed.