Odisha Link
Bridging the Missing Links in Odisha

ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ ମାଡ଼

ବାରିପଦା: ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଚିକିତ୍ସା ଅବହେଳା ଅଭିଯୋଗ କରି ମହିଳାମାନେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମାଡ଼ ମାରିଛନ୍ତି। ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମହିଳାମାନେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀର ମୃତ୍ୟୁକୁ ନେଇ ମହିଳାମାନେ ଏଭଳି ମାର୍‌ପିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ୟାମାଖୁଣ୍ଟା ଅଞ୍ଚଳରେ ଜଣେ ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଥାଲାସେମିଆରେ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଚିକିତ୍ସାରେ ଅବହେଳା ପାଇଁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମହିଳାମାନେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା କରିବା ସହ ଘୋଷାରି ଘୋଷାରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Comments are closed.