Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ଆଜି ପୋଲିସ ଡିଜି ଅଭୟ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ ନୂଆ ଟେକନୋଲୋଜି ବ୍ୟବହାର କରାଯିବ।

ଏବେ ରାଜ୍ୟରେ ୪ଟି ସାଇବର କ୍ରାଇମ୍‌ ଥାନା ଅଛି। ସବୁ ଥାନାରେ ସାଇବର କ୍ରାଇମ୍‌ ତଦନ୍ତ ହେବ। ଏଥିପାଇଁ ଜଣେ ଲେଖାଏଁ ଅଫିସରଙ୍କୁ ଟ୍ରେନିଂ ଦିଆଯିବ। ଗତବର୍ଷ ୧୫୦୦ ମାମଲା ରୁଜୁ ହୋଇଥିଲା। ଚଳିତ ବର୍ଷ ୨ ହଜାର ଅଧିକ ମାମଲା ରୁଜୁ ହୋଇଛି। ପୂର୍ବରୁ ସାଇବର ଥାନା କଟକରେ ଥିଲା। ଏବେ ତାହା ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

Comments are closed.