Odisha Link
Bridging the Missing Links in Odisha

୧୭ଟି ରୁଟରେ ଗଡ଼ିଲା ୧୦୯ଟି ମୋ ବସ୍

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୋ ବସ୍ ସେବା। ପରବର୍ତ୍ତୀ ସମୟ କ୍ରମେ ରୁଟ୍ ଓ ବସ୍ ସଂଖ୍ୟାକୁ ବୃଦ୍ଧି କରୁଛି କ୍ରୁଟ୍। ପୂର୍ବରୁ ୮ଟି ରୁଟରେ ୪୭ଟି ବସ୍ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ରୁଟ୍ ଓ ବସ୍ ସଂଖ୍ୟା ବୃଦ୍ଧି କରାଯାଇଛି। କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ପକ୍ଷରୁ ତ୍ୱରାନ୍ୱିତ ହେଲା ମୋ ବସ୍ ସେବା। ଯାତ୍ରୀଙ୍କ ସୁବିଧା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୃଦ୍ଧି ହେଲା ଉଭୟ ରୁଟ୍‌ ଓ ବସ୍ ସଂଖ୍ୟା ।

୮ଟି ରୁଟ୍‌ରେ ମୋ ବସ୍ ସେବା ଉପଲବ୍ଧ ଥିବା ବେଳେ ବର୍ତ୍ତମାନ ୧୭ଟି ରୁଟ୍‌ରେ ୧୦୯ଟି ମୋ ବସରେ ଚଳାଚଳ ଆରମ୍ଭ କରିଛି। ୨୦ରୁ ୪୦ମିନିଟ୍ ସମୟ ବ୍ୟବଧାନରେ ଗୋଟିଏ ରୁଟରେ ଏକାଧିକ ବସର ବ୍ୟବସ୍ଥା କରିଛି କ୍ରୁଟ୍। ଭୁବନେଶ୍ୱର ଠାରୁ କଟକ, ପୁରୀ, କୋଣାର୍କ, ଖୋର୍ଦ୍ଧା ଓ ନନ୍ଦନକାନକ ଆଦି ରୁଟରେ ଗଡ଼ିଲା ମୋ ବସ୍।ମୋ ବସରେ ସୁରକ୍ଷିତ ଯାତାୟତ କରୁଛନ୍ତି ଯାତ୍ରୀ।

ତେବେ କୋଭିଡ୍ କଟକଣା ଯୋଗୁଁ ବସ ଚଳାଚଳ ବନ୍ଦ ପରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେପଟେ ଟ୍ରେନ୍ ଚଳାଚଳ ଓ ବସ୍ ଚଳାଚଳ ସ୍ୱାଭାବିକ ହୋଇନଥିବା ବେଳେ ଯାତ୍ରୀଙ୍କ ପାଇଁ ମୋ ବସ୍ ହେଉଛି ଏକମାତ୍ର ବିକଳ୍ପ। ବସ୍ ଚଳାଚଳ ସହ କୋଭିଡ୍ କଟକଣାକୁ ମଧ୍ୟ ସମାନ୍ତରାଳ ଭାବେ ଗୁରୁତ୍ୱ ଦେଇଛି କ୍ରୁଟ୍। ନିୟମିତ ବିଶୋଧନ ସହ ସାମାଜିକ ଦୂରତା ଏପରିକି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

Comments are closed.