Odisha Link
Bridging the Missing Links in Odisha

ନାଲକୋର ନୂତନ ନିର୍ଦ୍ଦେଶକ ହେଲେ ମନସା ପ୍ରସାଦ ମିଶ୍ର

ଭୁବନେଶ୍ୱର: କେନ୍ଦ୍ର ସରକାର ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ର ନୂତନ ନିର୍ଦ୍ଦେଶକ ଭାବରେ ମନସା ପ୍ରସାଦ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ଅନୁଗୁଳସ୍ଥିତ ସ୍ମେଲଟର୍ ଏବଂ ପାୱାର୍ କମ୍ପ୍ଲେକ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ଆସୁଥିଲେ।

ୟୁ.ସି.ଇ, ବୁର୍ଲାରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସମ କରିବା ପରେ ୧୯୮୪ ମସିହାରେ ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି ଭାବେ ନାଲକୋରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ସେଠାରେ ସେ ବିଭିନ୍ନ ପ୍ରମୁଖ ପଦ ପଦବୀରେ ରହି ଆସିଥିଲେ।

ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ତଥା ପ୍ଲାଣ୍ଟ୍ କାର୍ଯ୍ୟରେ ବିଶେଷ ଭାବରେ ନାଲକୋର ସ୍ମେଲ୍ଟର୍ ଏବଂ ପାୱାର୍ କମ୍ପ୍ଲେକ୍ମରେ ଶ୍ରୀ ମିଶ୍ରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେ ନିର୍ଦ୍ଦେଶକ ଭାବରେ ଯୋଗ ଦେବା ସହିତ ନାଲକୋର ପରିଚାଳନା ପରିଷଦ ଆହୁରି ମଜବୁତ ହୋଇ ପାରିଛି।

Comments are closed.