Odisha Link
Bridging the Missing Links in Odisha

ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍, ବୋହି ନେଲେ ଲୋକେ

ଆଠଗଡ଼: ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଓଲଟିଲା ପିଆଜ ବୋଝେଇ ଟ୍ରକ। ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଋଷିପଡା ଛକ ନିକଟରେ। ମହାରାଷ୍ଟ୍ର ରାଜ୍ୟ ନାସିକରୁ ଏହି ପିଆଜ ବୋଝେଇ ଟ୍ରକଟି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସୂଚନା ମିଳିଛି। ରାତି ଅନିଦ୍ରା ହୋଇ ଫେରିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବା ହେଲପର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅଘଟଣାରେ ଡ୍ରାଇଭର ଓ ହେଲପରଙ୍କୁ କୌଣସି ଆଘାତ ଲାଗିନଥିବା ସୂଚନା ମିଳିଛି। ହେଲେ କିଛି ସ୍ଥାନୀୟ ବାସିନ୍ଦା ପିଆଜ ବୋହି ନେଇ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିିଳିଛି। ଏହି ମହଙ୍ଗା ବେଳେ ମାଲାମଲ ହେଲେ ଲୋକେ।

ପ୍ରକାଶ ଯେ, ଟ୍ରକଟିରେ ୨୧ ଟନ୍ ପିଆଜ ବୋଝେଇ ହୋଇ ଆସୁଥିବା ବେଳେ ପିଆଜର ମୂଲ୍ୟ ପ୍ରାୟ ୧୪ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। କାନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.