Odisha Link
Bridging the Missing Links in Odisha

ପିଭି ସିନ୍ଧୁଙ୍କ ‘ଅବସର’ ଟ୍ବିଟ୍, ତମେ ଆମକୁ ‘ମିନି ସକ୍’ ଦେଲ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଶ୍ବ ଚମ୍ପିଆନ୍‌ ବ୍ୟାଡମିଣ୍ଟନ୍‌‌ ଖେଳାଳି ପିଭି ସିନ୍ଧୁ। ଆଜି ସିନ୍ଧୁ ସୋସିଆଲ ମିଡିଆରେ ‘ମୁଁ ଅବସର ନେଉଛି’ ଲେଖି ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସିନ୍ଧୁ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ପାଇଁ ମନରେ ଥିବା ‘ନକାରତ୍ମକ, ଡର ଓ ଅନିଶ୍ଚିତତାରୁ’ ସନ୍ୟାସ ନେଉଛି। ଅଲମ୍ପିକରେ ରଜତ ପଦକ ଜିତିଥିବା ପିଭି ସିନ୍ଧୁ ଲଣ୍ଡନ ସ୍ଥିତ ଗେଟରୋଡ ସ୍ପୋର୍ଟସ୍‌ ସାଇନସ୍‌ ଇନଷ୍ଟିଚ୍ୟୁଟରେ ପୋଷଣ ଓ ଫିଟନେସ ଉପରେ ସେ ଏବେ ନିଜର ନଜର ରଖିଛନ୍ତି। ସେ ସୋମବାର ଟୁଇଟ କରିଥିବା ପୋଷ୍ଟର ଆରମ୍ଭରେ ଲେଖିଥିଲେ ଯେ, ‘ଡେନମାର୍କ ଅପନ୍‌ ଶେଷ ଥିଲା। ମୁଁ ଅବସର ନେଉଛି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ଯାତ୍ରା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ। ଡେନମାର୍କ ଓପନରେ ଭାରତରୁ ପ୍ରତିନିଧିତ୍ବ କରି ନପାରିବା ତାଙ୍କର ଶେଷ ଶୃଙ୍ଖଳା ଥିଲା। ମୁଁ ଆଜିର ଅଶାନ୍ତିରୁ ଅବସର ନେଉଛି। ମୁଁ ନକାରତ୍ମକ, ଭୟ ଓ ଅନିଶ୍ଚିତତାରୁ ଅବସର ନେଉଛି। ମୁଁ ସେହି ସବୁ ଅଜ୍ଞାତ ଜିନିଷରୁ ଅବସର ନେଉଛି ଯାହା ଉପରେ ମୋର ନିୟନ୍ତ୍ରଣ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କରୋନା ଭାଇରସ୍‌ ପ୍ରତି ଥିବା ମନୋଭାବରୁ ଅବସର ନେବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସିନ୍ଧୁଙ୍କ ଏହି ଟ୍ୱିଟ୍‌ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ କିରଣ ରିଜ୍ଜୁ ମଧ୍ୟ କିଛି ସମୟ ଲାଗି ଟ୍ୱିଟ୍‌ ପଢି ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ତେବେ ବାସ୍ତବ ଘଟଣା ଜାଣିବା ପରେ କିଡ୍ରାମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ନିଜର ଟ୍ବଟ୍‌ରେ କ୍ରୀଡ଼ାମନ୍ତ୍ରୀ ଲେଖିଛନ୍ତି ଯେ, ତୁମେ ଆମକୁ ବଡ଼ ଝଟକା ଦେଇଛ । ଆପଣଙ୍କ ମଧ୍ୟରେ ଏବେବି ସେତିକି ସାମର୍ଥ୍ୟ ଅଛି ଯାହା ଦେଶ ଲାଗି ଅନେକ ଗୌରବ ଆଣିପାରିବ ବୋଲି ଟ୍ବଟ୍‌ରେ ଉଲ୍ଲେଖ କରିଛନ୍ତି ରିଜ୍ଜୁ।

Comments are closed.