Odisha Link
Bridging the Missing Links in Odisha

ଉପନିର୍ବାଚନ: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତୋଲରେ ଭୋଟ ଗ୍ରହଣ

ଭୁବନେଶ୍ବର: କରୋନା କଟକଣା ଭିତରେ ଆସନ୍ତାକାଲି ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ କରି ସୂଚନା ଦେଇଛନ୍ତି।

ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି। ଗୋଟିଏ ବୁଥରେ ହଜାରେ ଭୋଟର ମତ ସାବ୍ୟସ୍ତ କରିପାରିବେ। ବାଲେଶ୍ୱରରେ ୧୯୮ ବୁଥ୍ ଥିଲା ବେଳେ ଏବେ ବଢ଼ି ୩୪୬ ରହିଛି।

ସେହିପରି ତିର୍ତୋଲରେ ୨୬୫ ବୁଥ ଥିବା ବେଳେ ଏବେ ୩୭୩କୁ ବୃଦ୍ଧି ହୋଇଛି। ପୋଲିଂ ବୁଥ ଗୁଡ଼ିକୁ ବିଶୋଧନ କରାଯାଉଛି। ସାମାଜିକ ଦୂରତା ରଖି ଭୋଟର ଭୋଟ ଦେବେ ଏହା ସହ ଭୋଟ ବେଳେ ଭୋଟରଙ୍କୁ ଦିଆଯିବ ଗ୍ଲୋବ୍ସ ମଧ୍ୟ ଦିଆଯିବ। ଡ଼୍ୟୁଟି ଅଫିସର ପିପିଇ କିଟ ପିନ୍ଧି ବୁଥରେ ଉପସ୍ଥିତ ରହିବେ। ମତଦାନ କେନ୍ଦ୍ରକୁ ଯାଉଥିବା ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।

ଯାହାର ଅଧିକ ଚେମ୍ପରେଚର କି ଅନ୍ୟ କୌଣସି ସମସ୍ୟା ଥିବ ସେମାନଙ୍କ ପାଇଁ ଭୋଟିଂର ବିକଳ୍ପ ବ୍ୟବସ୍ଥା କରାଯିବ । ଯଦି କାହା ପାଖରେ ଭୋଟର କାର୍ଡ଼ ନାହିଁ ତେବେ ଅନ୍ୟ ପରିଚୟ ପତ୍ର ଦେଇ ଭୋଟ ଦେଇ ପାରିବେ। ଭୋଟ ସ୍ଲିପ ପରିଚୟ ପତ୍ର ଭାବେ କାମ କରିବ। ବାଲେଶ୍ୱରରେ ୮୬ ସମ୍ବେଦନଶୀଳ ବୁଥ ଥିବା ବେଳେ ତିର୍ତୋଲରେ ୧୫୫ଟି ରହିଛି।

Comments are closed.