Odisha Link
Bridging the Missing Links in Odisha

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍, ୨ ହେଲପର ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଜାତୀୟ ରାଜପଥ-୨୦ ବୀରଗୋବିନ୍ଦପୁର ନିକଟରେ ଦୁର୍ଘଟଣା। ଚକା ବଦଲାଉଥିବା ବେଳେ ହେଲ୍‌ପରଙ୍କ ଉପରେ ମାଡିଗଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୨ଜଣ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି। ମୃତକ ୨ ହେଲ୍‌ପର ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ। ଘସିପୁରା ପୋଲିସ ଏ ନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିବା ସହ ତଦନ୍ତ‌ ଜାରି ରଖିଛି।

ସୂଚନା ମୁତାବକ, ଜାତୀୟ ରାଜପଥ-୨୦ ବିରଗୋବିନ୍ଦପୁର ନିକଟରେ ଟ୍ରକର ଚକା ପମ୍ପଚର ହେବାରୁ ରାସ୍ତା କଡ଼ରେ ଗାଡି ରଖି ଚକା ବଦଳାଉଥିଲେ ୨ ଜଣ ହେଲ୍‌ପର। ଏହି ସମୟରେ ପଛପଟୁ ଦ୍ରୁତଗତି ଆସୁଥିବା ଏକ ଟ୍ରକ ୨ ଜଣ ହେଲପରଙ୍କ ଉପରେ ମାଡିଯାଇଥିଲା।ଫଳରେ ଉଭୟ ହେଲ୍‌ପରଙ୍କ ମୃତ୍ୟୁ ହୋଇଛି।

Comments are closed.