Odisha Link
Bridging the Missing Links in Odisha

WHOର ମହାନିର୍ଦ୍ଦେଶକଙ୍କୁ କରୋନା

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କୁ କରୋନା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେଣୁ ସେ ନିଜକୁ ସେଲ୍‌ଫ୍‌ କ୍ୱାରେଣ୍ଟିନରେ ରଖିଥିବା ନେଇ ରବିବାର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଟେଡ୍ରୋସ୍‌ ଆଧାନୋମ୍‌ କହିଛନ୍ତି ତା‌ଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ପ୍ରୋଟୋକଲ୍‌ ପାଳନ କରିବେ। ଏହାସହ ଘରେ ରହି କାର୍ଯ୍ୟ କରିବେ ବୋଲି ଟ୍ୱିଟ୍ କରି ଟେଡ୍ରୋସ୍‌ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ପାଳନ କରିବା ଜରୁରୀ ଅଟେ। ସଂକ୍ରମଣ ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାରକୁ ଦୂର କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.