Odisha Link
Bridging the Missing Links in Odisha

ଉପନିର୍ବାଚନ: ଭୋଟ ଦେଲେ ବେଣୁ ମଉସା

ବାଲେଶ୍ବର: ଆଜି ସକାଳୁ ଆରମ୍ଭ ହୋଇଛି ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୬ଟା ଯାଏଁ ଚାଲିବ ମତଦାନ। ତେବେ କରୋନା କଟକଣାକୁ ମାନି ଭୋଟ୍ ଦେଉଛନ୍ତି ମତଦାତା। ଏହିକ୍ରମରେ ବାଲେଶ୍ୱର ସଦରର ଚର୍ଚ୍ଚିତ ପ୍ରାର୍ଥୀ ତଥା ସ୍ୱାଧୀନପ୍ରାର୍ଥୀ ବେଣୁଧର ବାରିକ୍ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା। ଭୋଟର କେମିତି ଲାଇନରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା। ଏହାକୁ ପାଳନ କରି ଏଥର ମତଦାନ ଚାଲିଛି। ଧାଡିରେ ଛିଡା ହେବାବେଳେ ଭୋଟର-ଭୋଟରଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି।

ମତଦାନ ପୂର୍ବରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି। ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ପୁଲିଂ ବୁଥରେ ପ୍ରବେଶ କରି ମତଦାନ କରିବେ। ଏଥିପାଇଁ ସମସ୍ତ ଭୋଟରଙ୍କୁ ମାଗଣା ଗ୍ଲୋଭସ୍ ଯୋଗାଇ ଦିଆଯାଇଛି। ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ। ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ।

Comments are closed.