Odisha Link
Bridging the Missing Links in Odisha

ଦିଲ୍ଲୀରେ କରୋନାର ତୃତୀୟ ଲହର, ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଅଣାୟତ କଲାଣି ମହାମାରୀ କରୋନା। ଗତ କିଛିଦିନ ମଧ୍ୟରେ ଦେଶର ରାଜଧାନୀରେ ଦ୍ରୁତ ଗତିରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୮୩ ଲକ୍ଷ ଅତିକ୍ରମ କରିଥିବା ବେଳେ ଦିଲ୍ଲୀରେ ମୋଟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ବ ରହଛି। ଏହାକୁ ନେଇ ଦିଲ୍ଲୀ ସରକାର ସ୍ବୀକାର କରିଛନ୍ତି ଯେ, ଏହା ହେଉଛି କରୋନାର ତୃତୀୟ ଲହର। ତେବେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ତୃତୀୟ ଲହର ସଂକ୍ରମଣ ହେଉଥିବା ମନେକରି ସମୀକ୍ଷା ବୈଠକ ଡକାଯାଇଛି। ଅପରାହ୍ନ ୪ଟା ସମୟରେ ଏହି ବୈଠକ ବସିବ। ଏହି ବୈଠକରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଆଇସିୟୁ ବେଡ, ଭେଣ୍ଟିଲେଟର ଏବଂ ବେଡ୍ ଉପରେ ଆଲୋଚନା ହେବ। କରୋନା ସଂକ୍ରମଣ ବଢିବା ପରେ କେତେକ ହସ୍ପିଟାଲରେ ଭେଣ୍ଟିଲେଟର ସିମିତ ହୋଇଥିଲା। ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ।

Comments are closed.