Odisha Link
Bridging the Missing Links in Odisha

ବିନା ଭକ୍ତରେ ପାଳନ ହେବ ବଡ଼ଓଷା

ଆଠଗଡ଼: ଧବଳେଶ୍ବର ପୀଠରେ ବଡ଼ଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏନେଇ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଚଳିତବର୍ଷ ବିନା ଭକ୍ତରେ ବଡ଼ଓଷା ପାଳନ କରାଯିବ। ଏହା ସହିତ କୋଭିଡ୍‌ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡ଼ଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ ୧୪୪ ଧାରା ବୋଲି ବୈଠକ ଶେଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ ପ୍ରସିଦ୍ଧ ଧ‌ବଳେଶ୍ବର ପୀଠରେ ବଡ଼ଓଷା ଓ ଗଜଭୋଗ ନୀତି ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ, ସେଠାରେ ଲୋକ ସମାଗମ ପାଇଁ ଅନୁମତି ନାହିଁ। ଏବେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଖୋଲିବ। କିନ୍ତୁ ମନ୍ଦିର ଭିତରେ ପୂଜା ବିଧି, ପରଂପରା ପାଳନ ହେଉଛି। ଯାହା ବିଧି ପରଂପରା ରହିଛି, ତାହା ବି ଜାରି ରହିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବାରୁ ଲୋକଙ୍କ ଭିଡ଼କୁ ନେଇ କୌଣସି ଚିନ୍ତା କରାଯାଉନାହିଁ। ଯଦି ସରକାର ମନ୍ଦିର ଖୋଲିବାକୁ ଅନୁମତି ଦିଅନ୍ତି, ତେବେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ପ୍ରଶାସନ ଚିନ୍ତା କରିବ ବୋଲି ସୂଚନା ମିଳିଛି।

Comments are closed.