ଓଟିଭିରୁ ଇସ୍ତାଫା ଦେଲେ ମନୋରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଜ ଓ ଇଓଡବ୍ଲ୍ୟୁ ପକ୍ଷରୁ ତନା ଘନା ଚାଲିଥିବା ବେଳେ ଆଜି ନିର୍ଦ୍ଦେଶକ ପଦରେ ଥିବା ମନୋରଞ୍ଜନ ଷଡ଼ଙ୍ଗୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଅସସ୍ଥତା କାରଣ ଦର୍ଶାଇବା ସହ ପରିବାରର କେହି ଦାୟିତ୍ୱ ନେବାକୁ ନଥିବାରୁ ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।
ଖୋର୍ଦ୍ଧା ସାରୁଅ ଠାରେ ଥିବା ଅନୁସୂଚିତ ଜାତି ଲୋକଙ୍କ ଜମିକୁ ଚଞ୍ଚକତା କରି ଓଡିଶା ଇନଫ୍ରାଟେକ କିଣିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରି ଇଓଡବ୍ଲ୍ୟୁ ବା ଅର୍ଥନୈତିକ ଅପରାଧିକ ଶାଖା ମନୋରଞ୍ଜନଙ୍କୁ ଗିରଫ୍ କରିଥିଲା।
ସେ ଗିରଫ ହୋଇ ଇଓଡବ୍ଲ୍ୟୁ ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ସେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିବାରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।