ବାଣୀବିହାର କ୍ୟାମ୍ପସରେ ଶ୍ରମିକଙ୍କୁ ହତ୍ୟା
ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ୍ରେ ହତ୍ୟାକାଣ୍ଡ। କ୍ୟାମ୍ପସର ନିର୍ମାଣଧୀନ ବିଲ୍ଡିଂ ପରିସରରେ ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି। ମୃତ ଶ୍ରମିକ ହେଲେ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଗୁଜୁରାମ ସିଂ। ସହିଦନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି।
ପୋଲିସର ସୂଚନା ମୁତାବକ, କ୍ୟାମ୍ପସରେ ଏକାଧିକ ନିର୍ମାଣକାମ ଚାଲିଛି। ୨୦ ଦିନ ତଳେ ଗୁଜୁରାମ ସେଠାକୁ କାମ କରିବାକୁ ଆସିଥିଲେ। ତାଙ୍କ ସହ ଆଉ ଜଣେ ମୟୁରଭଞ୍ଜ ବାସିନ୍ଦା ମଧ୍ୟ ଆସିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ଥିଲା। ଟଙ୍କା ନେଣଦେଣକୁ ନେଇ କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କାମ ସରିବା ପରେ ଉଭୟେ ଗୁରୁବାର ସନ୍ଧ୍ୟାରେ ବିଲ୍ଡିଂ ଛାତରେ ଏକାଠି ମଦ ପିଇଥିଲେ। ସେଠାରେ ଟଙ୍କା ନେଣଦେଣକୁ ନେଇ ପୁଣି ଝଗଡା ହୋଇଥିଲା। ଉତକ୍ଷୀପ୍ତ ହୋଇ ଶ୍ରମିକ ଜଣକ ଛୁରୀରେ ଗୁଜୁରାମଙ୍କ ବେକକୁ କାଟି ଦେଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଗୁଜୁରାମଙ୍କ ମୃତଦେହ ପଡିଥିବା ଦେଖିଥିଲା। ତାଙ୍କ ବେକରେ ଏକ ଗାମୁଛା ଗୁଡାଇ ହୋଇଥିଲା। ସେ ଉପରମୁହାଁ ହୋଇ ତଳେ ପଡିଥିଲେ। ମୃତଦେହ ଚାରିପାଖ ଚଟାଣରେ ରକ୍ତ ଭାସୁଥିଲା। ବେକରେ ଏକ ଗଭୀର କ୍ଷତ ଚିହ୍ନ ଥିଲା। ସେପଟେ ଅନ୍ୟ ଶ୍ରମିକଙ୍କଠାରୁ ପୋଲିସ ହତ୍ୟାକାରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। କିଛି ଶ୍ରମିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ।
Comments are closed.