ବିବାହ କରିବେ ଟେଲି ଅଭିନେତା ଶହୀର
ମୁମ୍ବାଇ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଟେଲି ଅଭିନେତା ଶହୀର ଶେଖ୍। ସେ ଗୁରୁବାର ଦିନ ନିଜ ରିଲେସନ୍ଶିପ୍ ସଂପର୍କରେ ସୋଶାଲ୍ ମିଡିଆରେ କହିଥିଲେ।
ସୂଚନା ଅନୁଯାୟୀ, ଶହୀର ଓ ତାଙ୍କ ଗର୍ଲଫ୍ରେଣ୍ଡ ରୁଚିକା କପୁର ଡିସେମ୍ବର ମାସରେ ବାହା ହେବେ। ବାହାଘର ବହୁତ ଆଡ଼ମ୍ବରରେ ହେବ ନାହିଁ। ଏଥିରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ସାମିଲ ହେବେ।
ଶହୀର ଏ ସଂପର୍କରେ ଏଯାଏଁ ଏନେଇ କିଛି ଘୋଷଣା କରି ନାହାନ୍ତି। ବେଶ୍ କିଛି ସମୟ ହେଲା ପରସ୍ପରକୁ ଡେଟ୍ କରୁଆସିଥିବା ବେଳେ ଶହୀର ପ୍ରଥମ ଥର ପାଇଁ ଗର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ତାଙ୍କର ଫଟୋ ସୋଶାଲ୍ ମିଡିଆରେ ଶେଆର କରିଥିଲେ ଓ ନିଜ ରିଲେସନ୍ଶିପ୍ରେ ଥିବା ନେଇ ଆନୁଷ୍ଠାନିକ ଘୋଷଣା କରିଥିଲେ।
Comments are closed.