ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ସରକାରୀ କିରାଣି
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପୁଣି ଫସିଲେ ୨ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।
ବ୍ରହ୍ମପୁର ବନ ବିଭାଗର କନିଷ୍ଠ କିରାଣି ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ଚିଲିକା ୱାଇଲ୍ଡ୍ ଲାଇଫ୍ ଡିଭିଜନର କନିଷ୍ଠ କିରାଣି ନବୀନ ଚନ୍ଦ୍ର ବିଶୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।
ପୂର୍ବରୁ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ମହିଳା ଫରେଷ୍ଟ ଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା।
Comments are closed.