ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ସ୍ଥଗିତ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍ଅପ୍ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୯ରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ କରିବାକୁ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲା।
ତେବେ ଏହି ବିଜ୍ଞପ୍ତିକୁ ନେଇ ସମାଲୋଚନା ଉପୁଜିଥିଲା। କରୋନା ମହାମାରୀ ପାଇଁ ଯେତେବେଳେ ପାଠ ପଢ଼ା ବନ୍ଦ ହୋଇଛି, ସେଠାରେ ପରୀକ୍ଷା କିପରି ହେବ ବୋଲି ପ୍ରଶ୍ନ ଉଠାଇ ସମାଲୋଚନା କରିଥିଲା ଓଷ୍ଟା। ଶେଷରେ ମାଟ୍ରିକ ପରୀକ୍ଷା ଫର୍ମ ଫିଲ୍ଅପ୍ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି।
ତେବେ ଡ଼ିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।
Comments are closed.