Odisha Link
Bridging the Missing Links in Odisha

ଓସ୍କାର ତାଲିକାରେ ସାମିଲ ହେଲା ସିନେମା ‘ଦ ଚେକ୍ ପୋଷ୍ଟ’

ଭୁବନେଶ୍ୱର: ଓସ୍କାର ଆୱାର୍ଡ ତାଲିକାରେ ସାମିଲ ହେଲା ହିନ୍ଦି ସିନେମା ‘ଦ ଚେକ୍ ପୋଷ୍ଟ’। ସିନେମାଟି ଏକ ସତ କାହାଣୀ ଉପରେ ଆଧାରିତ ହୋଇଛି।

ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରିୟରଂଜନ ସାହୁଙ୍କ ଲିଖିତ ପୁସ୍ତକ “ତନଖି ଫାଟକ’ ବା ‘ଦ ଚେକ୍ ପୋଷ୍ଟ’ କାହାଣୀ ଉପରେ ନିର୍ମିତ ହୋଇଛି ଏହି ସିନେମା।

‘ଦ ଚେକ୍ ପୋଷ୍ଟ’ ର ମୌଳିକ କାହାଣୀ ହେଲା…

 ପ୍ରିୟରଂଜନ ସାହୁଙ୍କ ଜୀବନରେ ଗୋଟିଏ ଅନାଥ ଛୋଟ ଝିଅଟିର ପ୍ରବେଶ ହୋଇଥିଲା। ଗୋଟିଏ ଚେକ୍ ପୋଷ୍ଟ ବା ତନଖି ଫାଟକ ନିକଟରେ ଝିଅଟି ବାଦାମ ବିକୁ ଥିଲା।

ସମୟକ୍ରମେ ପ୍ରିୟରଂଜନ ଝିଅଟି ପ୍ରତି ଆକର୍ଷିତ ହୋଇ ତାକୁ ପୋଷ୍ୟ କନ୍ୟା ସନ୍ତାନ ଭାବରେ ଗ୍ରହଣ କରିଥିଲେ। ୨୦୧୨ ମସିହା ଜୁନ ମାସ ୧୬ ତାରିଖ ଦିନ ପ୍ରିୟରଂଜନ ତାଙ୍କ ବନ୍ଧୁଙ୍କ ସହିତ ଝିଅଟିକୁ ଆଣିବାକୁ ଯାଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ପୂର୍ବ ଦିନ ଅର୍ଥାତ୍ ଜୁନ ୧୫ ତାରିଖ ଦିନ ସେହି ଝିଅଟି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଥିଲା।

ସିନେମାଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହାସନ ନାଜର। କାହାଣୀର ଚିତ୍ରନାଟ୍ୟ ସମ୍ଭାଳିଛନ୍ତି ଇରାନ୍ ରାଷ୍ଟ୍ରର ଶ୍ରୀ ଆରାଶ୍ ସେଫିଜାମାତି। ସିନେମାଟି ସମସ୍ତ ସୁଟିଂ ଭୁବନେଶ୍ୱର ଓ କଟକ ଆଖପାଖରେ ସୁଟିଂ ହୋଇଥିଲା। ୨୦୨୦ ଫେବୃୟାରୀ ମାସରେ ଚଳଚିତ୍ରଟି ଭାରତୀୟ ସେନ୍‌ସର ୟୁ ସାର୍ଟିଫିକେଟ୍ ହାସଲ କରିଛି।

ନିୟମିତ ସିନେମା ହଲ୍ ଖୋଲିଲେ ସିନେମାଟି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁନଃ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରାଯାଇଛି।

Comments are closed.