Odisha Link
Bridging the Missing Links in Odisha

ଟଳିଲେ ୮ ପାକିସ୍ତାନୀ ଯବାନ

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଟାଙ୍ଗର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟରେ ବିଏସଏଫ ସବ-ଇନ୍ସପେକ୍ଟର ରାକେଶ ଡୋଭାଲ ସହୀଦ ହୋଇଛନ୍ତି।

ଆଜି ଦିନ ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ତିନୋଟି ସେକ୍ଟରରେ ଗୁଳି ବିନିମୟ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରର ଇଜାମର୍ଗ ଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

କିଛି ମିନିଟ୍ ପରେ କୁପୱାରା ଜିଲ୍ଲାର କିରଣ ସେକ୍ଟରରେ ଗୁଳି ବିନିମୟ ହୋଇଥିଲା। ଅଧିକାରୀ ଜଣଙ୍କ କହିଛନ୍ତି ଯେ ବାରାମୁଲାର ଉରି ସେକ୍ଟରରେ ଥିବା ଭାରତୀୟ ଘାଟି ଉପରକୁ ମଧ୍ୟ ପାକିସ୍ତାନୀ ସେନା ମଧ୍ୟ ଗୁଳି ଚଳାଇଥିଲା। ସେ କହିଛନ୍ତି ଯେ ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ଦେଇଛି।ତେବେ ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୭-୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି।

ଏଥିରେ ପାକିସ୍ତାନୀ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍ ର ୨-୩ କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ୧୦-୧୨ ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ବହୁ କ୍ଷତି ସହିଛି। ପାକିସ୍ତାନୀ ସେନାର ଅନେକ ବଙ୍କର ଏବଂ ଲଞ୍ଚ ପ୍ୟାଡ୍ ମଧ୍ୟ ନଷ୍ଟ ହୋଇଯାଇଛି।

Comments are closed.