Odisha Link
Bridging the Missing Links in Odisha

କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ? ଆଜି ବୈଠକରେ ନିଆଯିବ ନିଷ୍ପତ୍ତି

ପାଟଣା: କରୋନା କାଳରେ ସରିଲା ବିହାର ବିଧାନସଭା ନିର୍ବାଚନ। ଫଳାଫଳ ବି ପ୍ରକାଶ ପାଇ ସାରିଛି। ଚଳିତ ନିର୍ବାଚନରେ ଏନ୍‌ଡିଏ ବହୁମତ ପାଇଛି। ବିହାରରେ ଏନଡିଏ ହିଁ ସରକାର ଗଠନ କରିବ ତାହା ସ୍ପଷ୍ଟ ହୋଇ ସାରିଛି। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଲାଗି ରହିଛି ଅଙ୍କକଷା। ବିଜେପି ସର୍ବାଧିକ ଭୋଟ ପାଇଥିଲେ ହେଁ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ପୂର୍ବରୁ ସଙ୍କେତ ଦିଆଯାଇଥିଲା। ଅନ୍ୟପଟେ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ବରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଆଜି ଦିନ ସାଢେ ୧୨ଟାରେ ଏନଡିଏର ବୈଠକ ବସିବ। ଏଥିରେ ଏନ୍ ଡିଏର ସମସ୍ତ ବିଧାୟକ ଉପସ୍ଥିତ ରହିବେ। ବୈଠକର ନିଷ୍ପତ୍ତି ଅନୁସାରେ ଶପଥଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ଧାର୍ଯ୍ୟ ହେବ। ଏହା ପୂର୍ବରୁ ଶୁକ୍ରବାର ରାଜ୍ୟପାଳ ଫଗୁ ଚୌହାଣଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ପରାମର୍ଶ ଦେଇଛନ୍ତି। ତେବେ ନୀତିଶଙ୍କୁ ଉଭୟ ବିଜେପି ଏବଂ ଜେଡିୟୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି। ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଦଳ ଦୁର୍ବଳ ହୋଇଯାଇଥିବାରୁ ସେ ଆଉ ମୁଖ୍ୟମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ ବୋଲି ଏନ୍ ଡିଏ ନେତାଙ୍କୁ ଜଣାଇ ଦେଇଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ମଧ୍ୟ କେଁ ବାହାରିଛି।

ଏନଡିଏ ସରକାରରେ ନୀତୀଶଙ୍କ ଡେପୁଟି ବା ଉପମୁଖ୍ୟମନ୍ତ୍ରୀ ରହି ଆସିଥିବା ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କୁ ଆଉ ରାଜ୍ୟରେ ରଖିବାକୁ ଚାହୁନି ବିଜେପି। ତାଙ୍କ ସ୍ଥାନରେ ବିଜେପିର ଦଳିତ ନେତା କାମେଶ୍ବର ଚୌପାଲଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରିଛି। କିନ୍ତୁ ନୀତୀଶ ଏଥିରେ ରାଜି ହେଉ ନାହାନ୍ତି। ସେ କୌଣସି ପରିସ୍ଥିତିରେ ସୁଶୀଲଙ୍କୁ ଛାଡ଼ିବାକୁ ଚାହୁ ନାହାନ୍ତି। ଏପରିକି ରାଜ୍ୟରେ କେଉଁ ବିଜେପି ନେତା ଉପମୁଖ୍ୟମନ୍ତ୍ରୀ ହେବେ ତାହା ବିଜେପି ଉପରେ ନିର୍ଭର କରୁଛି।

Comments are closed.