Odisha Link
Bridging the Missing Links in Odisha

ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୪୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

୧୬ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୩ ଜଣ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ, ଦେବଗଡ, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ପୁରୀ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୦୯୪୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୯୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୯୭୮୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କରୋନାରେ ୧୫୪୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି।

Comments are closed.