Odisha Link
Bridging the Missing Links in Odisha

ଆଜି ଶପଥ ନେବେ ନୀତୀଶ

ପାଟନା: ଆଜି ଶପଥ ନେବେ ନୀତୀଶ କୁମାର। ଆଜି ଅପରାହ୍ନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ। ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ନୀତୀଶଙ୍କ ଚତୁର୍ଥ ପାଳି ହେବ।

ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ନୀତୀଶ କୁମାରଙ୍କୁ ନେତା ନିର୍ବାଚିତ କରାଯାଇଛି। ନୀତୀଶ କୁମାର ନେତା ନିର୍ବାଚିତ ହେବାପରେ ଏନ୍‌ଡିଏ ନେତାମାନେ ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟିଥିଲେ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିବା ପରେ ଆଜି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମନ୍ତ୍ରିମଣ୍ଡଳକୁ ନେଇ ଆଜି ସ୍ଥିତି ସ୍ପଷ୍ଟ ହୋଇନାହିଁ।

ବିଜେପି ପାଖରେ ଏନ୍‌ଡିଏର ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍‌ ଏବଂ ଭିଆଇପି ନିକଟରେ ୪ଟି ଲେଖାଏ ଆସନ ରହିଛି।

Comments are closed.