Odisha Link
Bridging the Missing Links in Odisha

ବିହାର: ଅପରାହ୍ନ ୪ଟା ୩୦ରେ ଶପଥ ନେବେ ନୀତିଶ କୁମାର, ଏହି ଦୁଇ ନେତା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା: ଆଜି ଅପରାହ୍ନରେ ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଲଗାତାର ୪ର୍ଥଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବିକ ବିଜେପିର ଦୁଇ ଜଣ ନେତା ଉପମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ନେତା ତାରାକିଶୋର ପ୍ରସାଦ ଓ ରେଣୁ ଦେବୀ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ରହିଛି। ଏଥିସହିତ ବିଜେପି ବିଧାୟକ ହିଁ ବିଧାନସଭା ବାଚସ୍ପତି ପଦବୀରେ ରହିବେ ବୋଲି ସୂଚନା ରହିଛି।

ଆଜି ଅପରାହ୍ନରେ ୪ଟା ୩୦ ମିନିଟରେ ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର। ଆଜି ଶପଥଗ୍ରହଣରେ ମନ୍ତ୍ରୀ ମଣ୍ଡଳର ଆକାର ଛୋଟ ହେବା ନେଇ ପୂର୍ବାଭା​‌ଷ ମିଳିଛି। ପରେ ନୀତିଶ କୁମାର କ୍ୟାବିନେଟର ବିସ୍ତାର କରିବେ। କିନ୍ତୁ ମନ୍ତ୍ରୀ ମଣ୍ଡଳରେ କିଏ କିଏ ସାମିଲ ହେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ମିଳିଥିବା​‌ ସୂଚନା ଅନୁସାରେ ବରିଷ୍ଠ ନେତା ମଙ୍ଗଳ ପାଣ୍ଡେୟ ପୁଣିଥରେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ସ୍ପଷ୍ଟ ହୋଇସାରିଛି।

ଅନ୍ୟପଟେ ମଙ୍ଗଳ ପାଣ୍ଡେୟଙ୍କର ବିହାର ରାଜନୀତିରେ ବେଶ ଦବଦବା ରହିଛି ଏବଂ ସେ ନୀତିଶ କୁମାରଙ୍କ ଖାସ ଭାବେ ମଧ୍ୟ ଜଣାଶୁଣା। ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଆଉ ଜଣଙ୍କ ନାଁ ମଧ୍ୟ ଆପାତତ୍ ସ୍ପଷ୍ଟ ହୋଇସାରିଛି ଏବଂ ସେ ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ଅଷ୍ଟମ ଥର ପାଇଁ ବିଧାୟକ ହୋଇଥିବା ପ୍ରେମ କୁମାର। ସେ ପୂର୍ବଥର ନୀତିଶଙ୍କ କ୍ୟାବିନେଟରେ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ବରିଷ୍ଠ ବିଜେପି ତେନା ଏବଂ ପାଟଣା ସାହିବରୁ ସପ୍ତମ ଥର ପାଇଁ ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ମନ୍ତ୍ରୀ ପଦ ମିଳିବା ପ୍ରାୟତ ସ୍ପଷ୍ଟ ହୋଇସାରିଛି।

Comments are closed.