Odisha Link
Bridging the Missing Links in Odisha

୪୮ଘଣ୍ଟା ପରେ ବଢ଼ିବ ଶୀତ

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରାଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୯ତାରିଖରେ ଏହି ଲଘୁଚାପ ପଶ୍ଚିମ ଦିଗରେ ଗତି କରିପାରେ।

ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ କି ନା ତାହା ସୂଚନା ମିଳି ପାରିନାହିଁ। ତେବେ ଆସନ୍ତା ୪୮ ଘଣ୍ଟା ପରେ ରାତିର ତାପମାତ୍ରା ପୁନର୍ବାର ହ୍ରାସ ପାଇବ। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ରାତିର ସର୍ବନିମ୍ନ ତାପମାତ୍ରା ରାଜ୍ୟର ସବୁଠୁ କମ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବାବେଳେ ରାଜ୍ୟର ୯ଟି ସ୍ଥାନରେ ପାରଦ ୧୫ଡ଼ିଗ୍ରୀ ତଳେ ରହିଥିଲା। ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ବାତ୍ୟା ପ୍ରଭାବ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଆଜି ଦିନବେଳା କୋହଲା ପାଗ ଅନୁଭୂତ ହୋଇଥିଲା।

ଦିନବେଳା ସର୍ବାଧିକ ତାପମାତ୍ରା ଦାରିଙ୍ଗବାଡ଼ିରେ ସବୁଠୁ କମ ୨୨ଡ଼ିଗ୍ରୀକୁ ଖସିଥିବାବେଳେ ଭବାନିପାଟଣା, ପାରଳାଖେମୁଣ୍ଡି, ଟିଟିଲାଗଡ଼ ଓ ରାୟଗଡ଼ାରେ ଦିନବେଳା ସର୍ବାଧିକ ତାପମାତ୍ରା ୨୩ରୁ ୨୪ଡ଼ିଗ୍ରୀ ମଧ୍ୟରେ ସୀମିତ ଥିଲା। ଫଳରେ ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା।

Comments are closed.