Odisha Link
Bridging the Missing Links in Odisha

ଜେଲରେ କେମିତି ଥିଲା ପାଠକ ବାପ-ପୁଅଙ୍କ ପ୍ରଥମ ରାତି?

ଭୁବନେଶ୍ବର: ଆକାଶରେ ଉଡ଼ିବା ଥିଲା ସଉକ। ରାତି କଟୁଥିଲା ତାରକା ହୋଟେଲରେ। ରଜକୀୟ ଠାଣି ସଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ବିନା ଏସିରେ ନିଦ ହେଉନଥିଲା। ହେଲେ ଗୋଟିଏ ରାତିରେ ବଦଳିଗଲା ସବୁକିଛି। ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ଗିରଫ ଅଭୟକାନ୍ତ ଓ ତାଙ୍କ ପୁଅଙ୍କ ପାଇଁ ରାତିକରେ ବଦଳିଗଲା ରାତି କାଟିବାର ଠିକଣା। ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ କଟିଲା ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶଙ୍କ ପ୍ରଥମ ରାତି। କେମିତି ଥିଲା ପାଠକ ବାପ-ପୁଅଙ୍କ ପ୍ରଥମ ରାତି ଜାଣନ୍ତୁ।

ଶୁକ୍ରବାର ଗିରଫ ହେବା ପରେ ଝାରପଡ଼ା ଜେଲ ଯାଇଥିଲେ ପାଠକ ବାପ-ପୁଅ। ୯ ଓ ୧୧ନମ୍ବର କ୍ବାରାଣ୍ଟିନ ୱାର୍ଡରେ ବାପା- ପୁଅଙ୍କୁ ରାତି କାଟିବାକୁ ପଡ଼ିଛି। ନା ଶୋଇବାକୁ ଥିଲା ଷ୍ଟାର ହୋଟେଲର ଡନଲପ ଗଦି, ନା ଥିଲା ଶୀତତାପ ନିୟନ୍ତ୍ରିତ କକ୍ଷ। ମିଞ୍ଜିମି଼ଞ୍ଜି ଆଲୁଅର ନିବୁଜ କୋଠରୀରେ କଟିଥିଲା ପ୍ରଥମ ରାତି। ରାତିରେ ସୋଇବା ପୂର୍ବରୁ ଖାଇଥିଲେ ଜେଲର ରୁଟି, ତରକାରୀ। ଆଉ ଦିନ ୧୦ ନୁହେଁ, ଭୋର୍‌ରୁ ଜେଲ୍‌ ନିୟମ ଅନୁସାରେ ଉଠି ନିତ୍ୟକର୍ମ ସାରିଥିଲେ। ପାଖକୁ ଆସିନଥିଲା ଚା କି ଜଳଖିଆ। ନିଜେ କଏଦୀ ମାନଙ୍କ ସହ ଧାଡ଼ିରେ ଛିଡ଼ା ହୋଇ ଖାଇଥିଲେ ଉପମା ଘୁଘୁନି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଗିରଫ ପରେ ନିଲମ୍ବିତ ହୋଇଥିଲେ IFS ଅଭୟକାନ୍ତ ପାଠକ। ଅତିରିକ୍ତ ପିସିସିଏଫ ଦାୟିତ୍ୱରେ ଥିଲେ ଅଭୟକାନ୍ତ। ବେନାମୀ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପାଠକ ବାପ-ପୁଅ। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଉଭୟ ବାପ ଓ ପୁଅ।

Comments are closed.