୨୪ ଘଣ୍ଟାରେ ଦେଶରେ ୪୧,୩୨୨ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇନାହିଁ। ବୋଲି କେତେକ ବିଶେଷଜ୍ଞ ମତ ଦେଇଛନ୍ତି।। କେବଳ ଦିଲ୍ଲୀରେ ହିଁ ଦ୍ବିତୀୟ ଲହର କଥା ଉଠୁଥିବା ବେଳେ ଅନ୍ୟ ଅଞ୍ଚଳରେ କେବଳ ପ୍ରଥମ ଲହର ଦୁର୍ବଳ ସ୍ଥିତିକୁ ଆସିଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ଗତ ୨୪ ଘଣ୍ଟାରେ ଦେଶରେ ୪୧୩୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ୫୧ ହଜାର ୧୧୦କୁ ବୃଦ୍ଧି ପାଇଛି।
With 41,322 new #COVID19 infections, India's total cases rise to 93,51,110
With 485 new deaths, toll mounts to 1,36,200. Total active cases at 4,54,940
Total discharged cases at 87,59,969 with 41,452 new discharges in last 24 hrs pic.twitter.com/sMdcReQQ2b
— ANI (@ANI) November 28, 2020
ଗତ ୨୪ ଘଣ୍ଟା ମଧ୍ୟରେ ୪୮୫ ଜଣଙ୍କର ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୬ ହଜାର ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୮୭ ଲକ୍ଷ ୫୯ ହଜାର ୯୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.