ଜିପ୍ ଧକ୍କାରେ ୮ ବର୍ଷର ନାବାଳକର ମୃତ୍ୟୁ
ସମ୍ବଲପୁର: ସଡ଼କ ଦୁର୍ଘଟଣାରେ ଜଣେ ୮ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ମୃତକ ନାବାଳକ ହେଲେ ସାହିଲ କୁମାର। ଏହି ଦୁର୍ଘଟଣାଟି ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ୍ ଛକ ନିକଟରେ ଘଟିଥିଲା।
ସୂଚନା ଅନୁଯାୟୀ, ସାହୁ କଲୋନିର ୮ ବର୍ଷର ନାବାଳକ ସାହିଲ କୁମାର ନିଜ କକାଙ୍କ ସହ ଠିଆ ହୋଇଥିଲେ। ଏହି ସମୟରେ ଏକ ଜିପ୍ ସାହିଲଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇଥିବା ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସାହୁ କଲୋନିର ଲୋକେ ମୃତକର ପରିବାରକୁ କ୍ଷତିପୂରଣ ଦାବିରେ ଟାଉନ୍ ଥାନା ଘେରାଉ କରିଥିଲେ। ଏବେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
Comments are closed.