Odisha Link
Bridging the Missing Links in Odisha

ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି

ଭୁବନେଶ୍ୱର: ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି। ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ। ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା।

ଏସଆଇଟି ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ। ଅଭୟକାନ୍ତ ପାଠକ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ରଖୁଥିବା ଏସ୍‌ଆଇଟି ସନ୍ଦେହ କରୁଛି। ବେନାମୀ ଟ୍ରାଞ୍ଜାକ୍ସନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱର ଏବଂ ପୁନେରେ ଥିବା ତିନିଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଏସ୍‌ଆଇଟି।

ପାଠକ ବାପା-ପୁଅଙ୍କ ବିରୋଧରେ ସ୍କାଏ କିଙ୍ଗର ଅଭିଯୋଗ ପରେ‌ ଅଫିସ୍‌ରେ ବୁଧବାର ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି। ସ୍କାଏ କିଙ୍ଗ୍‌ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଆକାଶ ଠକେଇ କରିଥିବା ନେଇ ଅଭିଯୋଗ କରିବା ପରେ ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ସ୍କାଏ କିଙ୍ଗ୍‌ ଅଫିସ୍‌ରେ। ଆଉ ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ଆକାଶଙ୍କ ନାଁରେ ରହିଛି ଅନେକ ଠକେଇ ଅଭିଯୋଗ। ନିଜକୁ ଟାଟା କମ୍ପାନୀର ଏମ୍‌ଡି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରୁଥିଲେ। ଏମିତିକି ଟାଟାର ଜାଲ୍‌ ଲେଟର ପ୍ୟାଡ୍‌ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍‌ କମ୍ପାନୀକୁ ଦେଉଥିଲେ। ଏଭଳି ବାରମ୍ବାର କରିଛନ୍ତି ଆକାଶ। ଅନ୍ୟପଟେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିବା ପରେ ତାଙ୍କ ଟଙ୍କା ମାଗିବାରୁ ଧମକ ଚମକ ମଧ୍ୟ ଦେଉଥିଲେ ଆକାଶ। ଏଭଳି ବିଭିନ୍ନ ମାମଲାରେ ଆକାଶରେ ନାଁରେ ଅଭିଯୋଗ ହୋଇଛି।

Comments are closed.