Odisha Link
Bridging the Missing Links in Odisha

ବାହାଘର ପୂର୍ବରୁ ଫୁଟିଲା ଗୁଳି, ବର ଗୁରୁତର

ଖଲ୍ଲିକୋଟ: ବାହାଘର ଦିନକ ପୂର୍ବରୁ ଫୁଟିଲା ଗୁଳି। ବେଦୀକୁ ଯିବା ପୂର୍ବରୁ ଆହତ ହେଲେ ବର। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଯୁବକଙ୍କୁ ଗୁଳି କରି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ। ମୁଖାପିନ୍ଧା ଫଳରେ ବିବାହ ପୂର୍ବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତେନ୍ଦ୍ର ବାରିକ ନାମକ ଯୁବକ।

ସୂଚନା ମୁତାବକ, ଭାଲିଆଝର ଗ୍ରାମର ଜିତେନ୍ଦ୍ର ବାରିକଙ୍କ ଗତ ରାତିରେ ମାଣିକପୁରସ୍ଥିତ ନିଜ ମଉସା ଘରକୁ ଯାଇଥିଲେ। ସେଠାରେ ଫୋନ୍‌ରେ କଥା ହେଉଥିବା ବେଳେ ଏକ ବାଇକ୍‌ରେ କିଛି ମୁଖାଧାରୀ ଦୁର୍ବୃତ୍ତ ଆସି ଯୁବକ ଆସି ଜିତେନ୍ଦ୍ରଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏହାପରେ ଜିତେନ୍ଦ୍ର ପଛକୁ ବୁଲିବାରୁ ସେମାନେ ବୋମା ମାଡ଼ କରି ଫେରାର ହୋଇ ଯାଇଥିଲେ। ଫଳରେ ଦୁର୍ବୃତ୍ତମାନଙ୍କୁ ସେ ଚିହ୍ନିପାରି ନାହାନ୍ତି।

ଗୁଳିମାଡ ପରେ ଜିତେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ୍‌ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 

Comments are closed.