Odisha Link
Bridging the Missing Links in Odisha

ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ସାଲେପୁର: ସ୍ୱାମୀର ଆତ୍ମହତ୍ୟା ପରେ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସାଲେପୁର ମହାଙ୍ଗା ଥାନା ପୋତରା-ପ୍ରହରାଜପୁର ଗ୍ରାମରେ। ଘର ଭିତରେ ମହିଳା ଜଣକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ନିଜ ଦୋକାନରୁ ସ୍ୱାମୀର ଝୁଲନ୍ତା ମୃତଦେହ ମିଳିଥିଲା। ସ୍ୱାମୀର ମୃତୁ୍ୟ ଖବରରେ ମ୍ରିୟମ୍ରାଣ ହୋଇ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ସ୍ୱାମୀର ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାପଡ଼ି ନାହିଁ। ଗତ ମାର୍ଚ୍ଚ ମାସରେରେ ସେମାନଙ୍କ ବିବାହ ହୋଇଥିଲା।

Comments are closed.