Odisha Link
Bridging the Missing Links in Odisha

ଭାରତୀ ଓ ହର୍ଷଙ୍କ ଜାମିନ୍ ଖାରଜ ପାଇଁ ଏନସିବିର ଅପିଲ୍

ନୂଆଦିଲ୍ଲୀ: କମେଡି କୁଇନ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱଚିଆଙ୍କ ଜାମିନ୍ ଖାରଜ ପାଇଁ ଅପିଲ୍ କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏନଡିପିଏସର ସ୍ପେଶାଲ କୋର୍ଟରେ ଜାମିନ୍ ଖାରଜ ପାଇଁ ଏନସିବି ଦ୍ୱାରସ୍ଥ ହୋଇଛି। ତଳ କୋର୍ଟର ଜାମିନ୍ ଆବେଦନ ସଂଶୋଧନ ହେଲେ ପଚରା ଉଚରା କରିବା ପାଇଁ ଏନସିବି ନେବା ପାଇଁ ଦାବି କରିଛି। ଏ ନେଇ ଏନଡିପିଏସ ଭାରତୀ ଏବଂ ତାଙ୍କ ସ୍ୱାମୀଙ୍କୁ ସମନ୍ କରିଛି। ଆସନ୍ତା ସପ୍ତାହରେ ଏହି ଆବେଦନ ଉପରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଏନସିବି ନଭେମ୍ବର ୨୨ରେ ଭାରତୀ ଏବଂ ହର୍ଷଙ୍କୁ ନଭେମ୍ୱର ୨୩ରେ ଗିରଫ କରି ରଖିଥିଲା। ଏହି ସମୟରେ ଏନଡିପିଏସ ଦୁଇ ଜଣଙ୍କୁ ଡିସେମ୍ୱର ୪ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ। ହେଲେ ୨୪ ନେଭେମ୍ୱରରେ ଉଭୟଙ୍କୁ ଜାମିନ୍ ମିଳିଯାଇଥିଲା।

Comments are closed.