Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ରେଡ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି। ଜଗତସିଂହପୁର କାର୍ଯ୍ୟାଳୟ, ସାତପୁରାରେ ଥିବା ଘର, ଜଗତସିଂହପୁର ଟାଉନରେ ୨ ମହଲା ଘର, କଟକରେ ଥିବା ଫ୍ଲାଟ ଘରେ ବି ରେଡ୍ ହୋଇଛି।

ଚଢଉ ବେଳେ ଭିଜିଲାନ୍ସ ଟିମ୍‌ କିଛି ଦସ୍ତାବିଜ୍, ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ଫ୍ଲାଇଟ ଟିକେଟ ସଂଗ୍ରହ କରରାଯାଇଛି। ଏସବୁର ତଦନ୍ତ ଜାରି ରଖିଥିବା ନେଇ ଭିଜିଲାନ୍ସ ଇନ୍ସପେକ୍ଟର କହିଛନ୍ତି।

Comments are closed.