Odisha Link
Bridging the Missing Links in Odisha

ସନି ଦେଓଲଙ୍କୁ କରୋନା

କୁଲ୍ଲୁ: ଫିଲ୍ମ ଅଭିନେତା ତଥା ଭାରତୀୟ ଜନତା ପାର୍ଟି ଗୁରଦାସପୁର ସାଂସଦ ସନି ଦେଓଲ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି।

ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, କିଛି ଦିନ ହେବ ସନି ଦେଓଲ୍‌ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ,ସନି ଦେଓଲ୍ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସନି ଦେଓଲ୍ ମନାଲି ଫାର୍ମହାଉସ୍‌ରେ ଆଇସୋଲେସନରେ ରହିବେ।

Comments are closed.