Odisha Link
Bridging the Missing Links in Odisha

ଭାରତୀ ଓ ହର୍ଷଙ୍କୁ ଜାମିନ ସହାୟତାରେ ୨ ଏନସିବି ଅଧିକାରୀ ନିଲମ୍ବିତ

ମୁମ୍ବାଇ: ଆକ୍ସନ ମୁଡରେ (ଏନସିବି) ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ନିଜର ଦୁଇ ଅଧିକାରୀଙ୍କୁ ନିଲମ୍ବିତ କରିଛି ଏନସିବି। କିଛି ଦିନ ତଳେ ଡ୍ରଗ୍ସ ମାମଲାରେ କମେଡି କୁଇନ ଭାରତୀ ସିଂ ଓ ସ୍ୱାମୀ ହର୍ଷ ଗିରଫ ହୋଇଥିଲେ। ଭାରତୀ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିବାରେ ସହାୟତା କରିଥିବା ସନ୍ଦେହରେ ଦୁଇ ଏନସିବି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏଥିସହ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ଜାମିନ ମିଳିବାରେ ଏ ଦୁଇ ଅଧିକାରୀଙ୍କ ହାତ ରହିଥିବା ଏନସିବି ସନ୍ଦେହ କରୁଛି। ତେଣୁ ଏହି ୨ ଅଫିସରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଏହି ଦୁଇ ଅଧିକାରୀଙ୍କ ବ୍ୟତୀତ ଏନସିବିର ଓକିଲଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ଅଛି। କରାଣ କୋର୍ଟରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଓକିଲ ଅନୁପସ୍ଥିତ ରହୁଥିଲେ। ତେଣୁ କୋର୍ଟରେ ଏନସିବି ତା’ ପକ୍ଷ ରଖିପାରିନଥିଲା।

ସୂଚନାଯୋଗ୍ୟ, କମେଡି କୁଇନ ଭାରତୀ ସିଂଙ୍କ ଘରୁ ଏନସିବି ୮୬.୫ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ପରେ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରାଯାଇଥିଲା। ଦୁହେଁ ଦୁଇ ଦିନ ଜେଲରେ ରହିବା ପରେ କୋର୍ଟରେ ଜାମିନ ଆବେଦନ କରିଥିଲେ। ଏବଂ ଦୁହିଁଙ୍କୁ ଖୁବ ସହଜରେ ବେଲ୍ ମିଳିଯାଇଥିଲା। ତେଣୁ ଏହି ଜାମିନ ବିରୋଧରେ ଏନସିବି ଏକ ମାମଲା ରୁଜୁ କରି ଏନଡିପିଏସ୍ କୋର୍ଟରେ ଚ୍ୟାଲେଞ୍ଜ କରିଛି।

Comments are closed.