Odisha Link
Bridging the Missing Links in Odisha

ଏଟିଏମ୍‌ରେ କଳାକନା ବୁଲାଇଲେ ଲୁଟେରା

ବାଲେଶ୍ବର: ବାଲେଶ୍ବରେ ଦିନକୁ ଦିନ ଦୁର୍ବୃତ୍ତମାନଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଗତ ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ ଲୁଟ ଉଦ୍ୟମ କରୁଥିଲେ ଲୁଟେରା।

ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ପାଖର ସ୍ଥିତ ହିଟାଚି ଏଟିଏମ୍‌କୁ ଭାଙ୍ଗି ସବୁ ଟଙ୍କା ଲୁଟି ନେବା ପରେ ବାଗୁଡ଼ିସ୍ଥିତ ଏକ୍ସିସ୍‌ ଏଟିଏମ୍‌କୁ ଲୁଟିବାକୁ ଯାଇଥିଲେ। ସେଠାରେ ଏଟିଏମ୍‌କୁ ଭାଙ୍ଗୁଥିବା ମୁମ୍ବାଇ ସ୍ଥିତ କଣ୍ଟ୍ରୋଲ ରୁମ୍‌ରୁ ସୋର ଥାନା ପୁଲିସକୁ ଏ‌ନେଇ ସୂଚନା ଆସୁଥିଲା।

ପୁଲିସ ସେଠାକୁ ଆସୁଥିବା ଜାଣିପାରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ। ଫଳରେ ଏହି ଏଟିଏମ୍‌ରୁ ସେମାନେ ଟଙ୍କା ନେଇପାରିନାହାନ୍ତି। ତେବେ ଆଜି ସକାଳେ ଦୁଇ ବ୍ୟାଙ୍କର କର୍ତ୍ତୃପକ୍ଷ ଏବଂ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.