Odisha Link
Bridging the Missing Links in Odisha

ଅଫଲାଇନ୍‌ରେ ହେବ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ CBSE ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ କି ଅଫଲାଇନ୍‌ରେ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ପରିଶେଷରେ CBSE ବୋର୍ଡ ପରୀକ୍ଷା ଅନ୍‌ଲାଇନ୍‌ରେ ନୁହେଁ ବରଂ ଅଫଲାଇନ୍‌ରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

ପୂର୍ବବର୍ଷ ଭଳି ୨୦୨୧ରେ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ‌ କରାଯିବ ବୋଲି ଜଣାପଡ଼ିଛି। ପରୀକ୍ଷା ସମୟରେ କୋଭିଡ୍ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ କରାଯିବ। ତେବେ କେଉଁ ତାରିଖରେ ପରୀକ୍ଷା ହେବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

ଏବେ ବି ଅନେକ ସ୍ଥାନରେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ। ତେଣୁ ଅନ୍‌ଲାଇନ୍‌ରେ ପରୀକ୍ଷା ହେଲେ କିଛି ଛାତ୍ରଛାତ୍ରୀ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ତେଣୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନ୍‌ରେ‌ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Comments are closed.