Odisha Link
Bridging the Missing Links in Odisha

ଆମାଜନ୍ ନାଆଁରେ ଏତଲା, ନିର୍ମାଲ୍ୟ ବିକ୍ରି ପଡ଼ିଲା ମହଙ୍ଗା

ପୁରୀ: ଆମାଜନ୍‌ ବିରୋଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ପ୍ରଶାସନ ବିନା ଅନୁମତିରେ ଆମାଜନ୍ ନିର୍ମାଲ୍ୟ ବିକ୍ରିକୁ ନେଇ ଏହି ଏତେଲା ଦିଆଯାଇଛି।

ଏଭଳି କାର୍ଯ୍ୟ ହେଉଥିବା ଏବଂ ଏହା ଦ୍ବାରା ନିର୍ମାଲ୍ୟର ଅପମାନ ହେଉଛି ଦର୍ଶାଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଅଭିଯୋଗ କରିଛନ୍ତି। ଆମାଜନ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଆମାଜନ୍‌ରେ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଗତକାଲି ଏହି ଘଟଣାରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସିଂହଦ୍ବାର ଥାନାରେ ଏତଲା ଦେଇଥିଲା।

Comments are closed.