Odisha Link
Bridging the Missing Links in Odisha

ପେଟା ତରଫରୁ ସମ୍ମାନୀତ ହେଲେ ଜନ

ନୂଆଦିଲ୍ଲୀ : ପଶୁମାନଙ୍କ ପ୍ରତି ଭଲ ଚିନ୍ତା କରୁଥିବାରୁ ଜନ୍ ଆବ୍ରାହମଙ୍କୁ ପର୍ସନ ଅଫ୍‌ ଦି ୟଅରରେ ସମ୍ମାନୀତ କରାଗଲା। ଏହି ସମ୍ମାନଟି ପିପୁଲ୍‌ ଫର ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମାଲ୍‌ (ପେଟା) ଦ୍ବାରା କରାଯାଇଛି। ଚଳିତ ବର୍ଷ ଇ ରିଟେଲର ‘କ୍ବିକର’କୁ ଜିବୀତ ପଶୁଙ୍କ ବେପାର ବନ୍ଦ କରିବାକୁ କହିଥିଲେ ଜନ୍‌ ଆବ୍ରାହମ।

ପେଟା ଇଣ୍ଡିଆ ସହ ମିଶି ଜନ୍‌ ପରାଜ୍ୟରେ ଆଖିଶୁ ସର୍କସ୍‌ ଉପରେ ରୋକ ଲଗାଇବା ସହ ମୁମ୍ବାଇରେ ନୃତ୍ୟୁ କରୁଥିବା ମାଙ୍କଡ଼ଙ୍କ ପାଇ ସ୍ବର ଶାଣିତ କରିଥିଲେ। ଏହା ସହ ବିଜ୍ଞାପନ ମାଧ୍ୟମରେ ସବୁ ପକ୍ଷୀଙ୍କୁ ପିଞ୍ଜରା ମୁକ୍ତ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ଜନ୍‌।

ଜନ୍‌ ଆବ୍ରାହମ ମୂଳରୁ ପଶୁପକ୍ଷୀମାନଙ୍କ ପାଇଁ ସ୍ବର ଉଠାଇଛନ୍ତି। ଯଦି କୌଣସି ପକ୍ଷୀ ପିଞ୍ଜରାରେ ଆବଦ୍ଧ ରହିଛି ତାକୁ ବାହାର କରାଯାଉଛି। ବିଶ୍ବରେ କୋଣ ଅନୁକୋଣରେ ଯେଉଁଠି ବି ପଶୁ ଓ ପକ୍ଷୀ ବିପଦରେ ଅଛନ୍ତି ତାଙ୍କୁ ଉଦ୍ଧାର କରାଯାଉଛି ବୋଲି ପେଟା ଇଣ୍ଡିଆ ନିର୍ଦେଶକ ସଚିନ ବଙ୍ଗେରା କହିଛନ୍ତି।

Comments are closed.