Odisha Link
Bridging the Missing Links in Odisha

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା ଗ୍ୟାସ୍‌ ଦର, କେତେ ବଢ଼ିଲା ଜାଣନ୍ତୁ..

ନୂଆଦିଲ୍ଲୀ: ୫ମାସର ବ୍ୟବଧାନ ପରେ ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଗୁରୁବାରଠାରୁ କେନ୍ଦ୍ର ସରକାର ଏଲପିଜିର ଦରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି।

ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ୬୪୪ ଟଙ୍କା ହୋଇଯାଇଛି। ସେହିପରି କୋଲକାତାରେ ଏହା ୬୭୦.୫୦ ଟଙ୍କା ଓ ମୁମ୍ବାଇରେ ୬୪୪ ଟଙ୍କାରେ ମିଳିବ। ଚେନ୍ନାଇରେ ୧୪.୨ କେଜିର ସିଲିଣ୍ଡରର ଦର ୬୬୦ ଟଙ୍କାରେ ରହିଛି ବୋଲି ଆଇଓସି ପକ୍ଷରୁ କୁହାଯାଇଛି।ଅନ୍ୟପକ୍ଷରେ ନୂଆ ଦାମ ପରେ କମରସିଆଲ ସିଲିଣ୍ଡର ଦର ଦିଲ୍ଲୀରେ ୧୨୯୬, ମୁମ୍ବାଇରେ ୧୨୪୪ ଓ ଚେନ୍ନାଇରେ ଏହା ୧୪୧୦.୫୦ ଟଙ୍କା ରହିଛି।

ଆଇଓସି ମାସକୁ ମାସ ସିଲିଣ୍ଡର ଦର ନିର୍ଦ୍ଧାରଣ କରିଥାଏ। ଶେଷଥର ପାଇଁ ଜୁଲାଇ ମାସରେ ଗ୍ୟାସ ଦର ପରିବର୍ତ୍ତନ ହୋଇଥିଲା। ସୂଚନାଥାଉକି, ଚଳିତ ବର୍ଷ ଫେବୃଆରୀରେ ଗ୍ୟାସର ଦର ୧୪୯, ଜୁନ୍‌ ମାସରେ ୩୨ ଟଙ୍କା ଓ ଜୁଲାଇ ମାସରେ ଏହା ୪.୫୦ ଟଙ୍କା ମହଙ୍ଗା ହୋଇଥିଲା।

Comments are closed.