Odisha Link
Bridging the Missing Links in Odisha

MDH ମାଲିକ ଧର୍ମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ : MDH ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ପରଲୋକ। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩ ସପ୍ତାହ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ।

୧୯୨୨ ମସିହାରେ ପାକିସ୍ତାନର ସିଆଲ୍‌କୋଟ୍‌ରେ ଧର୍ମପାଲ୍‌ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କ ପୂରା ପରିବାର ଦିଲ୍ଲୀ ଆସି ମସଲା ପ୍ରସ୍ତୁତ କାମ ଆରମ୍ଭ କରିଥିଲେ। ଶେଷରେ ସେ ଏମ୍‌ଡିଏଚ୍‌ ନାମକ ମସଲା କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏମ୍‌ଡିଏଚ୍‌ ମସଲାର ବିଜ୍ଞାପନରେ ଧର୍ମପାଲ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳେ। ବିଜ୍ଞାପନ ଜଗତରେ ସେ ଥିଲେ ବେଶ୍‌ ପରିଚିତ ଓ ଲୋକପ୍ରିୟ।

Comments are closed.