Odisha Link
Bridging the Missing Links in Odisha

ଆକାଶ ପାଠକଙ୍କୁ କେତେ ଟଙ୍କା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ, ଜାଣନ୍ତୁ

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କୋଟିପତି ପାଠକ ବାପା-ପୁଅଙ୍କୁ ଘନ ଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆସିଛନ୍ତି। ଦୁହିଁଙ୍କ ମଧ୍ୟରେ ଟଙ୍କା କାରବାରର ହୋଇଥିବାର ପ୍ରମାଣ ଭିଜିଲାନ୍ସକୁ ମିଳିଛି।

ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ICICI ବ୍ୟାଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଥିବାବେଳେ ବ୍ରହ୍ମପୁର କୋଟପେଟା ଆକାଉଣ୍ଟରେ ଅଛି ଅଢ଼େଇ କୋଟି ଟଙ୍କା। ଗତବର୍ଷ ପ୍ରଦୀପ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣରେ ବାର୍ଷିକ ୧୦ ଲକ୍ଷର ଆୟ ଦେଖାଇଥିଲେ।

ଏହି ବର୍ଷ ତାଙ୍କର ଗୋଟିଏ ଆକାଉଣ୍ଟରେ ଜମା ହୋଇଛି ଅଢ଼େଇ କୋଟି। ପ୍ରଦିପଙ୍କ ଆକାଉଣ୍ଟରେ ୪ ମାସରେ ରବୀନ୍ଦ୍ର ସାହୁ ନାମକ ବ୍ୟକ୍ତି ଜମା କରିଛନ୍ତି ୭୫ ଲକ୍ଷ ଟଙ୍କା। ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ଜମା କରିଛି ୪୦ ଲକ୍ଷ ଟଙ୍କା।

ଏସ୍‌.କେ. ମହାରଣା ନାମକ ବ୍ୟକ୍ତି ଜମା କରିଛନ୍ତି ୨୫ ଲକ୍ଷ ଟଙ୍କା, କୁମ୍ବପାଣି ସାହୁ ନାମକ ବ୍ୟକ୍ତି ଜମା କରିଛନ୍ତି ୨୦ ଲକ୍ଷ ଟଙ୍କା, ଗୁରୁମୂର୍ତ୍ତି ଅଏଲ କମ୍ପାନି ପ୍ରାୟ ୪୦ ଲକ୍ଷ ଜମା କରିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବ୍ରହ୍ମପୁର କୋର୍ଟପେଟାରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରୁ ଏହି ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି।

ଚଳିତବର୍ଷ ପ୍ରଦୀପ ପାଣିଗ୍ରାହୀ ଅଗଷ୍ଟ ୨୫ରେ ୫ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ପଠେଇଥିଲେ।ପୁଣି ସେପଟେମ୍ବର ୨ ତାରିଖରେ ୨ ଥରରେ ୪୦ ଲକ୍ଷ ଓ ୧୦ ଲକ୍ଷ କରି ମୋଟ ୫୦ ଲକ୍ଷ ଟଙ୍କା ପଠାଯାଇଛି ।

Comments are closed.