Odisha Link
Bridging the Missing Links in Odisha

କୃଷି ଆଇନକୁ ବିରୋଦ୍ଧ, ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ

ଚଣ୍ଡିଗଡ: କୃଷି ଆଇନକୁ ବିରୋଦ୍ଧ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ ଗୁରୁବାର ଦିନ ପଦ୍ମ ବିଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି ।

ଗୁରୁବାର ଦିନ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଏଭଳି ପଦକ୍ଷେପ ନେଇଛନ୍ତି ।

କୃଷକ ନେତା ଏବଂ ମନ୍ତ୍ରୀମାନଙ୍କ ମଧ୍ୟରେ ବୈଠକ ଚାଲିଥିବା ବେଳେ ଏଭଳି ଖବର ଶୁଣିବାକୁ ମିଳିଛି । ଦୀର୍ଘ ୮ ଦିନ ଧରି କେନ୍ଦ୍ର ସରକାରଙ୍କ ତିନୋଟି କୃଷି ବିଲ୍ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

Comments are closed.