Odisha Link
Bridging the Missing Links in Odisha

ପୁଣି ଆଇଆଇସି ଧନେଶ୍ବର ସାହୁଙ୍କ ଘରେ ଭିଜିଲାନ୍ସ

ବାଲେଶ୍ବର: ବ୍ରାଉନ୍‌ ସୁଗାର ଲିଙ୍କ୍‌ ଘଟଣାର ଅଧିକ ତଦନ୍ତ ପାଇଁ ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ୮ ଜଣିଆ ସଦସ୍ୟ ଟିମ୍ ସାହୁଙ୍କ ସରକାରୀ କ୍ବାଟର ସିଲ ଖୋଲି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜଳେଶ୍ବରର ପୂର୍ବତନ ଆଇଆଇସି ଧନେଶ୍ବର ସାହୁଙ୍କ ସରକାରୀ ବାସଭବନ ସମେତ, ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା।

ପ୍ରାୟ କୋଟିଏ ୧୧ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯାଇଥିବା ସୂଚନା ରହିଥିଲା। କେବଳ ଧନେଶ୍ବର ନୁହେଁ, ତାଙ୍କର ଜଣେ ଘନିଷ୍ଠ ଏଏସଆଇ ଓ ଗ୍ରାମରକ୍ଷୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିଥିଲା।

Comments are closed.