Odisha Link
Bridging the Missing Links in Odisha

ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଜି କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସରକାରଙ୍କ ଦ୍ବାରା ଭବିଷ୍ୟତରେ କରୋନା ଟିକା ବିତରଣ ଯୋଜନା ଉପରେ ବି ଆଲୋଚନା ହୋଇପାରେ।

ଏହି ବୈଠକରେ ବିଜେଡି ଏମପି ଚନ୍ଦ୍ରଶେଖର ସାହୁ, ୱାଇଏସଆରସିପିର ବିଜୟସାଇ ରେଡ୍ଡୀ ଓ ମିଥୁନ ରେଡ୍ଡୀ, ଏଆଇଏମଆଇଏମର ଇମତିଆଜ୍‌ ଜଲିଲ, ଶିବସେନାର ବିନାୟକ ରାଉତ, ଜେଡିୟୁର ଆରସିପି ସିଂହ, କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଗୁଲାମ ନବି ଆଜାଦ, ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟ ଓ ଡେରେକ ଓ’ ବ୍ରାଏନ, ଏଆଇଏଡିଏମକେର ନବନୀତ କଷ୍ଣନ, ଡିଏମମେର ଟି.ଆର.କେ. ବାଲୁ ଏବଂ ତିରୁଚି ଶିବା, ଜେଡିଏସର ଏଚ. ଡି. ଦେବେଗୌଡ଼ା, ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ବିଏସପିର ସତୀଶ ମିଶ୍ରା, ଆରଜେଡିର ପ୍ରେମ ଚନ୍ଦ୍ର ଗୁପ୍ତାଙ୍କ ସମେତ ଅନ୍ୟାନ୍ୟ ଦଳର ଏମପିମାନେ ଯୋଗଦେବାର ସମ୍ଭାବନା ରହିଛି।

Comments are closed.